ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଦେଶୀ ରାଷ୍ଟ୍ରମୁଖ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି କାର୍ଯ୍ୟକ୍ରମ ସମୟରେ ଭୁବନେଶ୍ୱରକୁ ଟାର୍ଗେଟ କରିବା ନେଇ ମିଳିଛି ଖାଲିସ୍ତାନୀ ଆତଙ୍କବାଦୀଙ୍କ ଧମକ। ଶୁକ୍ରବାର ଆତଙ୍କବାଦୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ’ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ନାମରେ ଏହି ମେସଜ ଆସିଛି।

ପ୍ରବାସୀ ଭାରତୀୟ ଦିବସକୁ ପଣ୍ଡ କରିବା ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଧମକପୂର୍ଣ୍ଣ ଭିଡିଓ ଇମେଲ୍ ମାଧ୍ୟମରେ ଆସିଛି। ଜାନୁଆରି ୮ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱର ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଅଞ୍ଚଳକୁ ଟାର୍ଗେଟ କରିବାକୁ ଧମକ ଦିଆଯାଇଛି। ଏହାସହ କାର୍ଯ୍ୟକ୍ରମରେ ସାମିଲ ହେବାକୁଥିବା ଅତିଥି ଭିଭିଆଇପିଙ୍କ ଗସ୍ତ ବେଳେ ଅଘଟଣ ଘଟାଇବାକୁ ଗୁରୁପତୱନ୍ତ ସିଂହ ପନ୍ନୁ ଭିଡିଓରେ କହିଛନ୍ତି।

ଏହାପୂର୍ବରୁ ଡିସେମ୍ବର ମାସରେ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ ସମୟରେ ମଧ୍ୟ ମାନ ଢଙ୍ଗରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ପକ୍ଷରୁ ଧମକ ମିଳିଥିଲା। ତେବେ ଏହି ସମୟରେ କୌଣସି ଅଘଟଣ ଘଟିନଥିଲା।

ଅନ୍ୟପଟେ ଏହିସବୁ ଧମକପୂର୍ଣ୍ଣ ଇମେଲକୁ ନେଇ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଗୁରୁପତୱନ୍ତ ସିଂହ ପନ୍ନୁ ନିଜେ ଏହି ମେସେଜ ପଠାଇଛନ୍ତି କି ତାଙ୍କ ନାଁରେ ଆଉ କିଏ ଏହିସବୁ ଇମେଲ୍ ପଠାଉଛି ସେ ନେଇ ଖୋଳତାଡ଼ କରାଯାଉଛି।  

Tags: #PravasiBhartiyaDivas #KhalistanTerrorism #Bhubaneswar #Odisha

LEAVE A REPLY

Please enter your comment!
Please enter your name here