ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ରାୟଗଡ଼ା ରେଳ ମଣ୍ଡଳର ଶିଳାନ୍ୟାସ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ରେଳ ଭିତ୍ତିଭୂମି ପ୍ରକଳ୍ପର ସେ ଉଦଘାଟନ କରିଥିଲେ।

ରାୟଗଡ଼ା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ୧୦୭ କୋଟି ଟଙ୍କା ବ୍ୟବବରଦ କରାଯାଇଛି। ଏହି ପ୍ରକଳ୍ପ ମଧ୍ୟମରେ ସ୍ଥାନୀୟ ଅଞ୍ଚଳର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ହେବାସହ ଏହି ଅଞ୍ଚଳରେ ରେଳ ପରିଚାଳନାରେ କ୍ଷମତା ବଢ଼ିବ ବୋଲି ଲକ୍ଷ୍ୟ ରଖାଯାଇଛି।

ସେହିପରି କାର୍ଯ୍ୟକ୍ରମରେ ଜମ୍ମୁ ରେଳ ମଣ୍ଡଳ ଏବଂ ତେଲଙ୍ଗାନର ଚିର୍ଲାପଲ୍ଲି ରେଳ ଷ୍ଟେସନର ନୂଆ ଟର୍ମିନାଲ ବିଲ୍ଡିଂର ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିଲା।  

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଜମ୍ମୁରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ରାୟଗଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରମୁଖ ଯୋଗ ଦେଇଥିଲେ।  

Tags: #RayagadaRailwayDivision #PMNarendraModi #RailwayNetwork #ECoR #Odisha

LEAVE A REPLY

Please enter your comment!
Please enter your name here