ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ଭୁବନେଶ୍ଵରରେ ଆରମ୍ଭ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏହି କାର୍ଯ୍ୟକ୍ରମ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ସେ ମଙ୍ଗଳବାର ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସେ ସକାଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ।

ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ପତ୍ନୀଙ୍କ ସହ ସୋମବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ଏହାପରେ ସେ କୋଣାର୍କ ଅଭିମୁଖେ ଯାଇଥିଲେ। ସେଠାରେ ସ୍ଥିତ ଇକୋ ରିଟ୍ରିଟରେ ରାତ୍ରିଯାପନ କରିଥିଲେ।

ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁରୀ ଓ କୋଣାର୍କରେ ବ୍ୟପାକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇଛି।

ପ୍ରବାସୀ ଭାରତୀୟ ଦିବସର ଆୟୋଜନକୁ ନେଇ ଡକ୍ଟର ଏସ୍ ଜୟଶଙ୍କର ସମୀକ୍ଷା କରିବେ। ଏନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

Tags: #DrSJaishankar #OdishaVisit #ShreeMandir #KonarkTemple #PravasiBhartiyaDivas

Comment