ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାଚୀନ ସାରସ୍ଵତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ସାରସ୍ଵତ ସାଧକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳନ କରାଯାଇଛି। ପ୍ରାରମ୍ଭରେ ବ୍ୟାସକବି ଫକୀର ମୋହନ ସେନାପତି ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ଦେବା ସହ ଫକୀର ମୋହନଙ୍କ ସାଧନାମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗଠନ ସମ୍ପାଦକ ଡକ୍ଟର ସୁନାମଣି ରାଉତ, ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ସରୋଜିନୀ ମିଶ୍ର, ରାଧାଶ୍ୟାମ ରାଉଳ, ତପନ କୁମାର ସ୍ୱାଇଁଙ୍କ ସହ ଗଜେନ୍ଦ୍ର କୁମାର ପାଣି, ଶ୍ରୀବତ୍ସ ବିଶ୍ଵାଳ ପ୍ରମୁଖ ଯୋଗଦେଇ ଫକୀର ମୋହନ ନେତାପତିଙ୍କ ଘଟଣାବହୁଳ ଜୀବନ ଓ ସାରସ୍ୱତ ପ୍ରତିଭାର ବହୁମୁଖୀ ଦିଗ ଉପରେ ଆଲୋକପାତ କରିଥିଲେ।

ଶେଷରେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ମୁରଲୀଧର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #BirthAnniversary #FakirMohanSenapati #UtkalSahityaSamaj #Balasore #Odisha

LEAVE A REPLY

Please enter your comment!
Please enter your name here