ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖାଲି ଥିବା ୭,୫୪୦ଟି ପଦବୀ ପାଇଁ ଏହି ନିଯୁକ୍ତି ହେବ। ଏଥିରେ ମହିଳା ଆବେଦନକାରୀମାନଙ୍କ ପାଇଁ ଏକ ତୃତୀୟାଂଶ ପଦବୀ ରହିଛି।
ଏହି ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଏବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଫେବ୍ରୁଆରି ୫।
ଆପଣମାନେ ଏହିସବୁ ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ଏଲଟିଆର ଶିକ୍ଷକ – ୭୫୪୦ (ମୋଟ ପଦବୀ)
- ଟିଜିଟି ଆର୍ଟସ୍ – ୧୯୭୦
- ଟିଜିଟି ସାଇନ୍ସ (ପିସିଏମ) – ୧୪୧୯
- ଟିଜିଟି ସାଇନ୍ସ (ସିବିଜେଡ) – ୧୨୦୫
- ହିନ୍ଦୀ ଶିକ୍ଷକ – ୧୩୫୨
- ସଂସ୍କୃତ ଶିକ୍ଷକ – ୭୨୩
- କ୍ରୀଡ଼ା ଶିକ୍ଷକ – ୮୮୧
- ତେଲଗୁ ଶିକ୍ଷକ – ୬
- ଉର୍ଦୁ ଶିକ୍ଷକ – ୨୪
ଯୋଗ୍ୟତା
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ପ୍ରାର୍ଥୀମାନେ ଶିକ୍ଷକତା ପାଇଁ ଆବେଦନ କରୁଥିବା ବିଷୟରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
- ସେମାନେ ଯେକୌଣସି ବିଶ୍ଵବିଦ୍ୟାଳୟରୁ ବିଏଡ୍ ପାସ କରିଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
- ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ।
- ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ନେଇ ଲିଖିତ ପରୀକ୍ଷା କରାଯିବ।
- ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ ଭେରିଫିକେସନ କରି ସେମାଙ୍କୁ ନିଯୁକ୍ତି ଦିଆଯିବ।
କେମିତି କରିବେ ଆବେଦନ
- ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ ossc.gov.in କୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
- ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
- ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
- ଏହାପରେ ଏଲଟିଆର ଶିକ୍ଷକ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଏହି ପରୀକ୍ଷା କେବେ ହେବ, ସେ ନେଇ ଓଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଓଏସଏସସି ୱେବସାଇଟରେ ଉପଲବ୍ଧ।
Tags: #OSSC #LTRTeacherPost #OnlineApplication #Employment #GovtofOdisha