ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୫ ଜଣ ଖେଳାଳି ସାମିଲ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ। ଏନେଇ ଶନିବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଶୁଭମନ ଗିଲଙ୍କୁ ଟିମ୍ ଇଣ୍ଡିଆର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହାସହ ବିରାଟ କୋହଲି, କେ ଏଲ୍ ରାହୁଲ, ଶ୍ରେୟସ ଅୟର, ଯଶସ୍ଵୀ ଜୟସ୍ଵାଲ୍,ଓ ରିଷଭ ପନ୍ତ ବିଶ୍ଵକପ ସ୍କ୍ୱାଡରେ ସାମିଲ ହୋଇଛନ୍ତି। ସେହିପରି ଅଲରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କୁ ଟିମରେ ସାମିଲ ହୋଇଛନ୍ତି।
ଅନ୍ୟପଟେ ବିଶ୍ଵକପରେ ଭାରତର ବୋଲିଂ ଆଟାକର ଦାୟିତ୍ୱ ଜଶପ୍ରୀତ ବୁମରା, ମହମ୍ମଦ ଶାମି ଓ ଅର୍ଶଦୀପ ସିଂହଙ୍କ ଉପରେ ରହିବ। ସେହିପରି ସ୍ପିନର ଭାବେ କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କୁ ଟିମରେ ସ୍ଥାନ ମିଳିଛି।
କ୍ରିକେଟ ବିଶ୍ଵକପ ପାଇଁ ଭାରତୀୟ ଦଳରେ ସୂର୍ଯ୍ୟ କୁମାର ଯାଦବ ଭଳି ଖେଳାଳି ସାମିଲ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଟିମରେ ମହମ୍ମଦ ସିରାଜଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ।
୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫେବ୍ରୁଆରି ୧୯ ତାରିଖରେ ପାକିସ୍ତାନରେ ଆରମ୍ଭ ହେବ। କରାଚିରେ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯାଉନଥିବାରୁ ଏହା ହାଇବ୍ରିଡ୍ ମଡେଲରେ ଖେଳାଯିବ। ଟିମ୍ ଇଣ୍ଡିଆ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ ବୋଲି ଧାର୍ଯ୍ୟ ହୋଇଛି।
ଭାରତ ଫେବ୍ରୁଆରି ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଏହାପରେ ଫେବ୍ରୁଆରି ୨୩ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଲିଗ୍ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ।
Tags: #ICCChampionsTrophy2025 #IndianTeam #BCCI #Cricket #Sports #India