ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଜ ପୋଷ୍ୟଗ୍ରାମଗୁଡ଼ିକରେ ଶୀତବସ୍ତ୍ରୀ ଓ କମ୍ବଳ ବଣ୍ଟନ କରାଯାଇଛି।
ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ନୂଆପାଢ଼ୀ ସହ ଫୁଲକିଆରି ସାହି, ମଖାପଦା ଗ୍ରାମର ୩୦୦ରୁ ଅଧିକ ଗ୍ରାମବାସୀଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଛି।
ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ କର୍ମଚାରୀମାନଙ୍କ ଦ୍ଵାରା ଶୀତବସ୍ତ୍ର ଓ କମ୍ବଳ ସଂଗୃହୀତ ହୋଇ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ଵରେ ୩ଟି ଗ୍ରାମର ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଛି।
ଏହି ବଣ୍ଟନ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କୁଳସଚିବ କୁକୁମୀନା ଦାସ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଞ୍ଜନ ରାଉତ, ପ୍ରଫେସର ସୂର୍ଯ୍ୟେନ୍ଦୁ ଦେ, ଡକ୍ଟର ଜଗନ୍ନାଥ ବେହେରା, ଡକ୍ଟର ଗ୍ରେସ ବାହାଲେନ ମୁଣ୍ଡ ଓ ଉପେନ୍ଦ୍ର ପ୍ରସାଦ ଜେନା, ପ୍ରଦୀପ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଶ୍ୱବିଦ୍ୟାଳୟର ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗ୍ରାମବାସୀଙ୍କୁ ଏକାଠି କରାଯାଇ କମ୍ବଳ ଓ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା।
Tags: #BlanketDistribution #FakirMohanUniversity #AdoptedVillage #Balasore #Odisha