ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲ କଲେଜର ଟେନିଂ ଡାକ୍ତର ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋଲକାତାର ସିଆଲଦା ସେସନ୍ସ କୋର୍ଟ। ଦୋଷୀକୁ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି। ଏହା ସହ ଅଭୟାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦୋଷୀକୁ ଫାଶୀ ଦଣ୍ଡ ଦେବା ଲାଗି ମୃତ ଅଭୟାଙ୍କ ପରିବାର ପକ୍ଷରୁ ଦାବି ହୋଇ ଆସୁଥିଲା। କିନ୍ତୁ ଦୋଷୀ ବିରୋଧରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ସିଆଲଦା କୋର୍ଟ। ତେବେ ମାମଲାର ଶୁଣାଣି ପିରେ କୋର୍ଟ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।

ଗତ ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଟ୍ରେନି ଡାକ୍ତର ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଲଜ୍ଜିତ କରିଥିଲା। ପ୍ରଥମେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିଥିଲା, ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

ଅଭିୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଏକ ମାତ୍ର ଅଭିଯୁକ୍ତ ଭାବେ ସଞ୍ଜୟ ରାୟକୁ ଗିରଫ କରିଥିଲା। ତେବେ ଦୋଷୀ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତା’ ଉପରେ ନଜର ରହିଥିଲା।

ସୋମବାର ଦିନ ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କରାଦାଣ୍ଡା ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ରାୟକୁ ନେଇ ଅଭୟାଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଆମକୁ କ୍ଷତିପୂରଣ ନୁହେଁ, ନାୟ ଦରକାର।

Tags: #KolkataRapeandMurderCase #TraineeDoctor #MedicalStudent #SanjayRoy #Kolkata #SealdahCourt

Comment