ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ ପୋଲିସ ଲାଇନ ପଡ଼ିଆରେ ୬ଦିନ ଧରି ଚାଲିଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫ ଉଦଯାପିତ ହୋଇଯାଇଛି।

ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବସ୍ତା ବିଧାୟିକା ସୁବାସିନୀ ଜେନା, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବାଲେଶ୍ୱର ପୌରଧ୍ୟକ୍ଷା ସବିତା ସାହୁ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। 

କୋଶମ୍ୱ-୨୦୨୫ ମହୋତ୍ସବରେ ବିଭିନ୍ନ ବିଭାଗରେ ଉତ୍ତମ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗ ଏବଂ ଅଂଶଗ୍ରହଣକାରୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେI ଗତ ୬ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ, ହସ୍ତଶିଳ୍ପ, ପାରମ୍ପାରିକ ବସ୍ତ୍ର ଏବଂ ସ୍ଥାନୀୟ ସୁସ୍ୱାଦୁ ଖାଦ୍ୟର ଭରପୂର ମଜା ଉଠାଇଥିଲେ ବାଲେଶ୍ୱର ଜନସାଧାରଣ। ପାରମ୍ପରିକ ନୃତ୍ୟ ଏବଂ ନାଟ୍ୟ ଉପସ୍ଥାପନା ଦ୍ୱାରା ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଇଥିଲେ ବାଲେଶ୍ୱର, ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ।

ଉଦଯାପନୀ ସମାରୋହରେ ଓଡ଼ିଆ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ଓ ସୁଜ୍ଞାନୀ ମହାପାତ୍ରଙ୍କ ସଙ୍ଗୀତ ପରିବେଷଣରେ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା।

Tags: #PallishreeMelaKoshamb #Balasore #CulturalEvent #Odisha

LEAVE A REPLY

Please enter your comment!
Please enter your name here