ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ବୁଧବାର ଏହାର ପ୍ରଥମ ଟିକେଟ୍ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ମ୍ୟାଚ୍ ଟିକେଟ୍ ପ୍ରଦାନ କରାଯାଇଛି।
ଏହାପୂର୍ବରୁ ଭାରତ ଓ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ ଟିକେଟକୁ ଓସିଏ ପକ୍ଷରୁ ପୁରୀ ଶ୍ରୀମନ୍ଦିରରେ ଅର୍ପଣ କରାଯାଇଥିଲା। କଟକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍ କିଭଳି ଶୃଙ୍ଖଳିତ ତଥା ସୁରୁଖୁରୁରେ ଆୟୋଜନ ହେବା ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ପ୍ରଥମ ଟିକେଟ କିଣିବା ପରେ ଖୁବଶୀଘ୍ର ଲୋକମାନଙ୍କ ପାଇଁ ଟିକେଟ୍ ଉପଲବ୍ଧ ହେବ। ଏନେଇ ଓସିଏ ପକ୍ଷରୁ ଆଗକୁ ଘୋଷଣା କରାଯିବ।
ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି ମୁଖ୍ୟମନ୍ତ୍ରୀ ମ୍ୟାଚ୍ ଟିକେଟ୍ ପ୍ରଦାନ କରିଥିଲେ। ଏହି ଅବସରରେ ଓସିଏ ସଂପାଦକ ସଞ୍ଜୟ ବେହେରା, ଅନୁଗୁଳ ବିଧାୟକ ତଥା ଓସିଏ ଆପେକ୍ସ କାଉନସିଲ୍ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲମ୍ପିକ୍ ଆସୋସିଏସନର ସଂପାଦକ ଅଭିଜିତ୍ ପାଲ୍ ଓ ପୂର୍ବତନ ସାଂସଦ ତଥା ପୂର୍ବତନ କ୍ରିକେଟର ରଞ୍ଜୀବ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।
Tags: #IndiavsEngland #ODIMatch #BarabatiStadium #Cricket #CMMohanCharanMajhi #Odisha