ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶନିବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବର୍ଷ ୨୦୨୪ ପାଇଁ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ଏଥର ଓଡ଼ିଶାରୁ ୪ ଜଣଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ।

ଓଡ଼ିଶାର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମେଡିସିନ କ୍ଷେତ୍ରରେ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।

ଚଳିତ ବର୍ଷ ମୋଟ ୭ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ। ଗୁଜରାଟର କୁମୁଦିନୀ ରଜନୀକାନ୍ତ ଲାଖିଆ, କର୍ଣ୍ଣାଟକର ଲକ୍ଷ୍ମୀନାରାୟଣ ସୁବ୍ରମଣିୟମ୍, ବିହାର ସାରଦା ସିହ୍ନା ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି।

ସେହିପରି ଚିକିତ୍ସା କ୍ଷେତ୍ରରେ ତେଲଙ୍ଗାନାର ଡାକ୍ତର ଡି ନାଗେଶ୍ଵର ରେଡ୍ଡୀ, ରାଜନୀତି କ୍ଷେତ୍ରରେ ଜଗଦୀଶ ସିଂହ ଖେର, ସାହିତ୍ୟ ଓ ଶିକ୍ଷା ପାଇଁ କେରଳର ଏମ୍ ଟି ବସୁଦେବନ ନାୟର୍ ଏବଂ ଉଦ୍ୟୋଗ କ୍ଷେତ୍ରରେ ଜାପାନର ଓସାମୁ ସୁଜୁକିଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ।

Tags: #PadmaAwards2024 #PadmaVibushan #Padmabhusan #Padmashri #Odisha #India

Comment