ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଣି ବଢ଼ିଲା ପୂର୍ବତନ ମନ୍ତ୍ରୀ ପ୍ରତାପ କୁମାର ଜେନାଙ୍କ ଅଡ଼ୁଆ। ମାମଲାର ବିଚାର ପାଇଁ ମୃତ କୁଳମଣି ବରାଳଙ୍କ ପୁଅ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାହାଙ୍ଗା ଡବଲ ମର୍ଡର ମାମଲାରେ ଗତ ୨୦୨୪ ଅକ୍ଟୋବର ୧ ତାରିଖରେ ପ୍ରତାପ କୁମାର ଜେନାଙ୍କ କ୍ଲିନଚିଟ ଦେଇଥିଲେ ଓଡ଼ିଶା ହାଇକୋର୍ଟ। ତଳ କୋର୍ଟରେ ପ୍ରତାପ ଜେନାଙ୍କ ନାଁରେ ରହିଥିବା ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ।
ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ। ସୁପ୍ରିମକୋର୍ଟ ରଞ୍ଜିତଙ୍କ ଆବେଦନ ଗ୍ରହଣ କରିବା ସହ ଚାରି ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୦୨୧ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ମାମଲାରେ ପ୍ରତାପ କୁମାର ଜେନାଙ୍କୁ ୧୩ ନମ୍ବର ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା।
ଏହି ମାମଲାରେ ଗତ ୨୦୨୪ ଅଗଷ୍ଟ ୨୪ ତାରିଖରେ ୯ ଜଣ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ ସାଲେପୁର ଏଡିଜେ କୋର୍ଟ। ପ୍ରମାଣ ଅଭାବନରୁ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
ଗତ ୨୦୨୧ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବାବେଳେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା।
Tags: #MahangaDoubleMurderCase #SupremeCourt #OdishaHigh #SalipurADJCourt #LifeImprisonment #Odisha