ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସୋମବାର ଦିନ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

“ରାଜ୍ୟ ସରକାର ମୋତେ ଯେଉଁ ଗୁରୁ ଦାୟିତ୍ଵ ଦେଇଛନ୍ତି, ତାକୁ ସୁଚାରୁ ରୂପେ ତୁଲାଇବି। ଲୋକଙ୍କ ସମସ୍ୟା ଦୂର କରିବା ଉପରେ ବିଶେଷ ଧ୍ୟାନ ଦେବି”, ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି ପ୍ରକାଶ ମିଶ୍ର।

ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୂସୁଦନ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି।

Tags: #PrakashMishra #FormerPoliceDG #CMMohancharanMajhi #Advisor #NewAppointment #Odisha

Comment