ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିସନର ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗେରିୟା। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବୈଠକ କରିଛନ୍ତି। ଏଥିରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟର ବିକାଶ ପାଇଁ ଏଠାରେ ଅର୍ଥ କମିସନଙ୍କୁ ଏକାଧିକ ପ୍ରସ୍ତାବ ଦିଆଯାଇଛି।
ଓଡ଼ିଶା ପକ୍ଷରୁ ଅର୍ଥ କମିସନଙ୍କ ନିକଟରେ ୧୨ ଲକ୍ଷ ୫୬ ହଜାର କୋଟି ଟଙ୍କାର ପାଣ୍ଠି ପାଇଁ ଦାବି କରାଯାଇଛି। ଏହା ସହିତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକସ ଭାଗକୁ ୪୧ ପ୍ରତିଶତରୁ ୫୦ ପ୍ରତିଶତ କରିବାକୁ ଦାବି ଉପସ୍ଥାପନ କରାଯାଇଛି।
ସେହିପରି ଓଡ଼ିଶାର ରାଜସ୍ଵ ନିଅଣ୍ଟକୁ ୯ ଲକ୍ଷ ୮୮ ହଜାର କୋଟି ଟଙ୍କା କରିବାକୁ ଦାବି ହୋଇଛି। ଏହାସହ ସ୍ପେସିଫିକ୍ ଫଣ୍ଡ୍ ବାବଦରେ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଅନୁଦାନ ପାଇଁ ୧ ଲକ୍ଷ ୩୬ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି।
Tags: #16thFinanceCommission #CMMohanCharanMajhi #Budget #DeptofFinance #Odisha