ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସୁନହଟସ୍ଥିତ ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ଯୋଗ ଦେଇଥିଲେ। ସଭାରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା ସାହିତ୍ୟିକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୋଗଦେଇ କହିଥିଲେ। ଅନ୍ୟତମ ଅତିଥି ଭାବେ ଅର୍ଥନୀତି ବିଭାଗର ସେବାନିବୃତ୍ତ ପ୍ରଫେସର ଡକ୍ଟର ରମେଶ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ଓଡ଼ିଆ ଅଧ୍ୟାପକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ସ୍ଵାଗତ କରିଥିଲେ।
ପୂର୍ବରୁ ବିଭିନ୍ନ କ୍ରୀଡ଼ା ତଥା ସାସ୍କୃତିକ ପ୍ରତିଯୋଗିତାଜ କୃତୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ମନୋଜ କୁମାର ନାୟକ, ଅଜୟ କୁମାର ମହାକୁଡ଼, ସୁରେନ୍ଦ୍ର ପଣ୍ଡା, ବିଶ୍ଵଜିତ ପ୍ରଧାନ, ସନ୍ତୋଷ ପଣ୍ଡା, ପ୍ରବୋଧ କୁମାର ପତି, ସଞ୍ଜୟ କୁମାର ଦେ, ସୁଶାନ୍ତ ଦାସ, ହରେକୃଷ୍ଣ ବାରିକ ରତ୍ନାକର ବେହେରା, ଦେବାଶିଷ ଦାଶ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ତନୁଶ୍ରୀ ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #AnnualDayCelebration #BalangaDegreeCollege #Balasore #Odisha