ଓଡ଼ିଶାଲାଇଭ୍ ବ୍ୟୁରୋ

ସେଲିବ୍ରିଟି କ୍ରିକେଟ ଲିଗ୍ (ସିସିଏଲ)ର ୧୧ତମ ସଂସ୍କରଣ ମ୍ୟାଚ ଫେବ୍ରୁଆରି ୧୬ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବଲିଉଡ ପ୍ରଯୋଜକ ବୋନି କପୁର ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।

ଉଭୟ ବୋନି କପୁର ଏବଂ ଅର୍ଜୁନ କପୁର ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ଭାବେ ସାକ୍ଷାତକରି ମ୍ୟାଚ ଦେଖିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମ୍ୟାଚ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି।

ଚଳିତ ବର୍ଷ ୭ଟି ଦଳକୁ ନେଇ ସେଲିବ୍ରିଟି କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଫେବ୍ରୁଆରି ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଟର ଫାନାଲ ଆସନ୍ତା ମାର୍ଚ୍ଚ ୨ ତାରିଖରେ ଖେଳାଯିବ। ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ବେଙ୍ଗାଳୁରୁ, ଦିଲ୍ଲୀ, ହାଇଦ୍ରାବାଦ, କଟକ ଏବଂ ସୁରଟରେ ଖେଳାଯିବ।

Tags: #CelebrityCricketLeague #CCL #CMMohanCharanMajhi #BoneyKapoor #ArjunKapoor #Odisha

Comment