ଓଡ଼ିଶାଲାଇଭ୍ ବ୍ୟୁରୋ

ସରିନି ଶୀତ ବଢ଼ିଲାଣି ତାପମାତ୍ରା। ଫେବ୍ରୁଆରି ମାସରେ ତାପମାତ୍ର ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଥିବା ବେଳେ ଆଉ ଦୁଇଦିନ ପରେ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଫେବ୍ରୁଆରି ୧୯ରୁ ୨୧ ତାରିଖ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଫେବ୍ରୁଆରି ୧୯ରୁ ୨୦ ତାରିଖ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କଟକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ସେହିପରି ଫେବ୍ରୁଆରି ୨୦ରୁ ୨୧ ତାରିଖ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଜିଲ୍ଲାରେ ବର୍ଷା ହେବା ନେଇ ଅନୁମାନ କରାଯାଇଛି।
Tags: #Weather #WeatherUpdate #RainFall #RainfallWarning #Odisha #MeteorologicalCentreBhubaneswar












