ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ ୨୦୨୫-୨୬। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାର ଆଣିଥିବା ଏହି ବଜେଟରେ।
ଆଜି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର ଆଣିଥିବା ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଛି।
- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ। ଏହାସହ ଉତ୍ତର ଓଡ଼ିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ।
- ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟସେବା ମିଶନ ପାଇଁ ୩,୮୮୧ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨୦୯୧ କୋଟି ଟଙ୍କା ଓ ନିର୍ମଳ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବ୍ୟୟ ବରାଦ।
- ଚଳିତ ବଜେଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୨ ହଜାର ୭୪୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬,୨୪୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- ସୁଭଦ୍ରା ଯୋଜନା ପାଇଁ ଚଳିତ ବର୍ଷ ବଜେଟରେ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟ ବରାଦ।
- ରାଜ୍ୟରେ ଗରିବ ଶ୍ରେଣୀର ଝିଅଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆଣିବେ ସରକାର। ଏଥିପାଇଁ ୧୨ କୋଟି ତାଙ୍କ ବ୍ୟୟ ବରାଦ।
- ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ।
- ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପାଇଁ ୧୫୪କୋଟି ଟଙ୍କା ଓ ଏସସି/ଏସଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ ୪୫୦ କୋଟି ଟଙ୍କା ବ୍ୟୟ ବରାଦ।
- ବିର୍ସା ମୁଣ୍ଡା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୩୫୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨୧୦ କୋଟି ଟଙ୍କା ଓ ସହିଦ ଲକ୍ଷ୍ମଣ ନାୟକ ସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ।
- ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ। ଏଥିରେ ରାଜ୍ୟରେ ଏକାଧିକ ଶକ୍ତି ପ୍ରକଳ୍ପର ନିର୍ମାଣ ହେବ।
- ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ।
- ରାଜ୍ୟରେ ଅକ୍ଷୟ ଶକ୍ତି ଯୋଜନାରେ ୮୯୦ କୋଟି ଟଙ୍କା ବ୍ୟୟ ହେବ।
- ଜଳ ଜୀବନ ମିଶନ ଜରିଆରେ ୭୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବସୁଧା ଯୋଜନାରେ ୧୬୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।
- ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ୧୧୦୦ କୋଟି ଓ ସୁଜଳ ଯୋଜନା ପାଇଁ ୭୩୨ କୋଟି ଟଙ୍କା ବ୍ୟୟ ବରାଦ।
- ଓଡ଼ିଶାରେ ନୂଆ କରି ଶ୍ରୀଜଗନ୍ନାଥ ଯୋଜନା ଆରମ୍ଭ ହେବ। ଏଥିରେ ଭକ୍ତମାନେ ମାଗଣାରେ ପୁରୀ ଆସି ଦର୍ଶନ କରିବେ ଓ ଅବଢ଼ା ଖାଇବେ। ଏଥିପାଇଁ ୩୦ କୋଟି ଟଙ୍କା ବ୍ୟୟ ବରାଦ।
- ବଜେଟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩,୪୭୦ କୋଟି ଟଙ୍କା ଓ ନୂଆ ସେତୁ ପ୍ରକଳ୍ପ ପାଇଁ ୨୦୦୦ କୋଟି ଟଙ୍କା ବ୍ୟୟ ବରାଦ।
- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପାଇଁ ୧୨୨ କୋଟି ଟଙ୍କା ବ୍ୟୟ ବରାଦ।
- ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ଵିତ ବିକାଶ ପାଇଁ ୩୫୫ କୋଟି ଟଙ୍କା ଖର୍ଚ୍ଚ ହେବ।
- ରାଜ୍ୟରେ ପର୍ଯ୍ୟଟନ ବିଭାଗ ପାଇଁ ୮୨୦ କୋଟି ଟଙ୍କା ବ୍ୟୟ ବରାଦ।
- ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ପାଇଁ ୮୮୫ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ପାଇଁ ୬୪୬ କୋଟି ଟଙ୍କା ବ୍ୟୟ ବରାଦ।
- ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା ଓ ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟି ଟଙ୍କା ବ୍ୟୟ ବରାଦ।
- ଓଡ଼ିଶା ସମଗ୍ର ଶିକ୍ଷା ଅଭିଯାନ ପାଇଁ ୪,୬୮୧ କୋଟି ଟଙ୍କା ବ୍ୟୟ ବରାଦ।
- ବଜେଟରେ ଅନ୍ତୋଦୟ ଯୋଜନା ଲାଗି ୭,୭୫୦ କୋଟି ଟଙ୍କା ବ୍ୟୟବରାଦ। ଏଥିରେ ଆସନ୍ତା ୩ ବର୍ଷରେ ୨ ଲକ୍ଷ ୨୫ ହଜାର ନୂଆ ପକ୍କା ଘର ମଞ୍ଜୁର କରାଯିବ।
- ଓଡ଼ିଶାର ସହରାଞ୍ଚଳର ବିକାଶ ପାଇଁ ‘ସମୃଦ୍ଧ ସହର ଯୋଜନା’ ଆରମ୍ଭ ହେବ। ଏଥିପାଇଁ ୪୦୮ କୋଟି ଟଙ୍କା ବ୍ୟୟ ବରାଦ ଲକ୍ଷ୍ୟ ରହିଛି।
- ରାଜ୍ୟରେ ବିମାନ ବନ୍ଦରର ବିକାଶ ଓ ଯୋଗାଯୋଗ ବୃଦ୍ଧି ପାଇଁ ୩୮୨ କୋଟି ଟଙ୍କା ବ୍ୟୟ ବରାଦ।
- ଗ୍ରାମାଞ୍ଚଳରେ ପରିବହନ ସେବା ପାଇଁ ୧୦୮୫ କୋଟି ଟଙ୍କା, ଗ୍ରୀନ୍ ଓଡ଼ିଶା ବୈଦ୍ୟୁତିକ ଯାନ ସବ୍ସିଡି ପାଇଁ ୧୬୦ କୋଟି ଟଙ୍କା ଏବଂ ଅଟଳ ବସଷ୍ଟାଣ୍ଡ ପାଇଁ ୧୨୬୬ କୋଟି ଟଙ୍କା ବ୍ୟୟ ବରାଦ।
- ଗ୍ରାମୀଣ ପରିବହନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା ଆସିବ। ଏଥିରେ ୧୦୮୫ କୋଟି ଟଙ୍କା ବ୍ୟୟ ବରାଦ।
- ଓଡ଼ିଶାରେ ସଡ଼କ ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସଡ଼କ ନିର୍ମାଣ ପ୍ରାଧିକରଣର ଗଠନ ହେବ।
- ରାଜ୍ୟର ପ୍ରମୁଖ ସହର ମଧ୍ୟରେ ନୂଆ ୪ ଓ ୬ ଲେନ ବିଶିଷ୍ଟ ସଡ଼କ ନିର୍ମାଣ ହେବ। ଏଥିପାଇଁ ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ୬୫୦୨ କୋଟି ଟଙ୍କା ବ୍ୟୟ ବରାଦ।
- ଭୁବନେଶ୍ୱର ଓ ଏହାର ପାଖାପାଖି ଅଞ୍ଚଳରେ ସଡ଼କ ପଥର ବିକାଶ ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ବରାଦ।
- ରାଜ୍ୟରେ ଅନେକ ଏକ୍ସପ୍ରେସୱେର ଓ ଅର୍ଥନୈତିକ କରିଡର ବିକାଶ ପାଇଁ ବଜେଟରେ ପ୍ରସ୍ତାବ।
- ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୪୬ ଟଙ୍କା ଏବଂ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ୧୭୧ କୋଟି ଟଙ୍କା ବ୍ୟୟ ବରାଦ।
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୩୭ ଟଙ୍କା ବ୍ୟୟ ବରାଦ।
- ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପାଇଁ ୧୯୦୯ କୋଟି ଟଙ୍କା ବ୍ୟୟ ବରାଦ।
- ହୀରାକୁଦ ଡ୍ୟାମର ନବୀକରଣ ପାଇଁ ୮୫୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଡ୍ୟାମର ବିକାଶ ପାଇଁ ୫୭ କୋଟି ବ୍ୟୟ ବରାଦ।
- ରାଜ୍ୟରେ ହେବ ଏକାଧିକ ନଦୀର ସଂଯୋଗ। ବିକଶିତ ହେବ ମହାନଦୀ କୂଳ।
- ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ସାରିବା ପାଇଁ ବଜେଟରେ ପ୍ରସ୍ତାବ।
- ଚଳିତ ବଜେଟରେ ଜଳ ସମ୍ପଦ ବିଭାଗ ପାଇଁ ୧୪ ହଜାର ୮୯୫ କୋଟି ଟଙ୍କା ବ୍ୟୟ ବରାଦ।
- ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୨୯୩ କୋଟି ଟଙ୍କା ଏବଂ ଓୟୁଏଟି ପାଇଁ ୫୧୧ କୋଟି ଟଙ୍କାର ବ୍ୟୟ ବରାଦ।
- ମିଲେଟ ଫସଲ ପାଇଁ ଚାଷୀଙ୍କୁ ଏମଏସପି ୪,୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ।
- ପିଏମ କିଷାନ ଓ ସିଏମ କିଷାନରେ ଇନପୁଟ୍ ସହାୟତା ପାଇଁ ୨ ହଜାର ୨୦ କୋଟି ପ୍ରସ୍ତାବ।
- କେବଳ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ବଜେଟରେ ୧୪ ହଜାର ୭୦୧ ଟଙ୍କା ବ୍ୟୟ ବରାଦ।
- ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ବଜେଟରେ ୩୭ ହଜାର ୮୩୮ କୋଟି ଟଙ୍କା ବ୍ୟୟ ବରାଦ। ଏହା ଗତବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ।
- ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଆଣିଲେ ରାଜ୍ୟ ସରକାର।
- ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି।
- ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆସିଥିଲା। ଏଥିରେ ଜାନୁଆରୀ ସୁଦ୍ଧା ଖର୍ଚ୍ଚ ହୋଇଛି ୧ ଲକ୍ଷ ୬୩ ହଜାର କୋଟି ଟଙ୍କା। ବାକି ୧ ଲକ୍ଷ ୧ ହଜାର କୋଟି ବାଳକା ପଡ଼ିଛି।
Tags: #Budget2025-26 #OdishaAssembly #CMMohanCharanMajhi #FinanceDept #Odisha