ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଖାଲିପଡ଼ିଥିବା ଅନେକ ଏମବିବିଏସ ଡାକ୍ତର ପଦବୀ ପୂରଣ ହେବ। ଚଳିତବର୍ଷ ରାଜ୍ୟରେ ବର୍ଷ ୫,୨୪୮ ଏମବିବିଏସ ଡାକ୍ତରଙ୍କ ସହ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ମିଳିବ। ଏନେଇ ଲୋକସେବା ଆୟୋଗଙ୍କୁ କୁହାଯାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି।

“ଓଡ଼ିଶାରେ ଏବେ ୫ ହଜାରରୁ ଅଧିକ ଏମବିବିଏସ ଡାକ୍ତର ପଦବୀ ଖାଲି ପଡ଼ିଛି। ସେ ସବୁକୁ ଆମେ ପୂରଣ କରିବୁ। ଚଳିତ ବର୍ଷ ସବୁ ଜିଲ୍ଲା ହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ। ଏହାସହ ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧ ଡାକ୍ତରଖାନାରେ ସାଟେଲାଇଟ ହେଲଥ୍ ସେଣ୍ଟର ଖୋଲାଯିବ”, କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।

ଏହାସହ ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଆମ୍ବୁଲାନ୍ସ ସେବାକୁ ଆହୁରି ବ୍ୟାପକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Tags: #Doctors #MBBS #HealthCare #DrMukeshMahaling #HFWDept #Odisha

LEAVE A REPLY

Please enter your comment!
Please enter your name here