ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଅନେକ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ମରାମତି ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ୮୧୨ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମରାମତି ହେବ। ଏଥିପାଇଁ ୪୮ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏନେଇ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

“ବର୍ତ୍ତମାନ ଓଡ଼ିଶାରେ ୯୦୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ସେଥିରୁ ୬୦୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୩୦୯ଟି ବନ୍ୟା ଆଶ୍ରୟସ୍ଥଳୀ ରହିଛି। ଏଗୁଡ଼ିକ ମଧ୍ୟରୁ ଅନେକର ମରାମତି କାମ ଆରମ୍ଭ ହୋଇଛି। ଚଳିତ ବର୍ଷ ୮୧୨ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମରାମତି ହେବ। ପ୍ରତି ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି”, କହିଛନ୍ତି ସୁରେଶ ପୂଜାରୀ।

ଗୁରୁବାର ବିଧାନସଭାର ପ୍ରଶ୍ନକାଳରେ ବିଜେଡି ବିଧାୟକ ସାରଦା ଜେନା ରାଜ୍ୟରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ସ୍ଥିତି ନେଇ ପ୍ରଶ୍ନ ପଚାରି ଥିଲେ। ଏହାର ଉତ୍ତର ରଖିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ।

Tags: #CycloneandFloodCenter #Disastermanagement #SureshPujari #OdishaAssembly

LEAVE A REPLY

Please enter your comment!
Please enter your name here