ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ଓଡ଼ିଶାରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି। ଏହି ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ।
ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟା ୩୦ ମିନିଟରେ ସରିବ। ଏହା ପୂର୍ବରୁ ସକାଳ ୭ଟା ୩୦ରୁ ୮ଟା ୩୦ ମିନିଟ ମଧ୍ୟରେ ନୋଡାଲ ସେଣ୍ଟରରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚିବ।
ସମସ୍ତ ୩୦ଟି ଜିଲ୍ଲାରେ ୩,୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୩୧୪ଟି ନୋଡାଲ ସେଣ୍ଟର ହେବ। ଚଳିତ ବର୍ଷ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା।
ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ଏବଂ ୬୦୦ କେନ୍ଦ୍ରରେ ଲାଇଟ ବ୍ୟବସ୍ଥା କରାଯାଇଛି। ସବୁ କେନ୍ଦ୍ର ଉପରେ ନଜର ରଖିବାକୁ ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଛି। ସବୁ ଷ୍ଟ୍ରଙ୍ଗରୁ ଲାଇଭ୍ ଫୁଟେଜ୍ ଉପରେ ବୋର୍ଡ ନଜର ରଖିବ। ଏନେଇ ଗୁରୁବାର ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥାର ଡ୍ରାଏ ରନ କରାଯାଇଛି।
ଅନ୍ୟପଟେ କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାର୍ଡ ଗଠିତ ହେବ। ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ୧୭୨ଟି ସ୍କ୍ୱାର୍ଡର ଗଠନ ହେବ।
ଚଳିତ ଥର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ଓ କ୍ୟୁଆର କୋଡ୍ ବ୍ୟବସ୍ଥା କରାଯାଇଛି। ଫଳରେ ପ୍ରଶ୍ନପତ୍ର ଭାଇରାଲ ହେଲେ ଏହା କେଉଁ ସେଣ୍ଟରରୁ ଲିକ୍ ହୋଇଛି ଜଣାପଡ଼ିବ।
Tags: #MatricExam2025 #Education #Students #Examination #BSE #Odisha