ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଆରମ୍ଭ ହେବ ତୃତୀୟ ଟର୍ମିନାଲ। ଆଗାମୀ ୨ରୁ ୩ ମାସ ମଧ୍ୟରେ ଟର୍ମିନାଲ ୩ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୩୦ ହଜାର ବର୍ଗ ମିଟର ଅଞ୍ଚଳରେ ଏହି ଟର୍ମିନାଲ ତିଆରି ହେବ। ଏନେଇ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।
୨୦୨୫ ଏପ୍ରିଲ ମାସରେ ବିଜୁ ପଟ୍ଟନାୟକ ବିମାନବନ୍ଦରର ତୃତୀୟ ଟର୍ମିନାଲର କାମ ଆରମ୍ଭ ହେବାର ଯୋଜନା ରହିଛି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ସମ୍ପ୍ରସାରଣ ପାଇଁ ଏକ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି।
ଭୁବନେଶ୍ୱର ବିମାନବନ୍ଦରର ପୁରୁଣା ଟର୍ମିନାଲ ନିକଟରେ ନୂଆ ନୂଆ ଟର୍ମିନାଲ ନିର୍ମାଣ କରାଯିବ। ୨ ବର୍ଷରେ ଏହାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ବିମାନବନ୍ଦରରେ ଯାତ୍ରୀଙ୍କ କ୍ଷମତା ବାର୍ଷିକ ୪୦ ଲକ୍ଷ ଥିବାବେଳେ ଏହାକୁ ଆଗକୁ ୮୦ ଲକ୍ଷରେ ପହଞ୍ଚିବ। ଏହାସହ ବିମାନବନ୍ଦରର ରନୱେରେ କ୍ୟାଟ୍ ୨ ଲାଇଟ୍ ଲଗାଯିବ।
୨୦୨୪ ଅକ୍ଟୋବର ମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଭୁବନେଶ୍ଵର ବିମାନ ବନ୍ଦର ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ ବିମାନବନ୍ଦରର ନୂଆ ଟର୍ମିନାଲ ନିର୍ମାଣ ପାଇଁ ସୂଚନା ଦେଇଥିଲେ।
Tags: #BIjuPatnaikAirport #Terminal3 #AirConnectivity #Bhubaneswar #Odisha


















