ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ପ୍ରେସ୍ କ୍ଲବର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବ ସଭାପତି ବିପ୍ଳବ କୁମାର ମହାନ୍ତି ଅଧ୍ୟକ୍ଷତା କରିବା ସହ ୨୫ ବର୍ଷ ଧରି ସାମ୍ବାଦିକଙ୍କ ସୁଖ ଦୁଃଖରେ ସାମିଲ ହୋଇଥିବା ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ପୂର୍ବତନ ବିଧାୟକ ସ୍ଵରୂପ ଦାସ, ଶିଳ୍ପୋଦ୍ୟୋଗୀ ସଞ୍ଜୟ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜନତାଙ୍କୁ ନ୍ୟାୟ ଦେବାରେ ଗଣମାଧ୍ୟମର ଭୂମିକା ଓ ସାମ୍ବାଦିକଙ୍କ ଗୁରୁଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ।

ଇମାମୀ ପେପର ମିଲ୍ସର ବରିଷ୍ଠ ଅଧିକାରୀ ମନୋଜ କୁମାର ପାଢ଼ୀ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ସୁଦର୍ଶନ ଜେନା, କବି ଅଞ୍ଜଳି ପଣ୍ଡା, ସମଜସେବୀ ମମତା ମହାପାତ୍ର, ଶିଳ୍ପପତି ଶିବୁ ପୋଦ୍ଦାର୍, ଆଇପିଏସ୍ ପ୍ରୋବେସନର ଅର୍ଚ୍ଚିତା ମିତ୍ତଲ ପ୍ରମୁଖ ଯୋଗ ଦେଇ ପ୍ରେସ କ୍ଲବର ବାର୍ଷିକ ବନ୍ଧୁମିଳନ ଅବସରରେ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ କ୍ଲବର ରୌପ୍ୟ ଜୟନ୍ତୀ ମୁଖପତ୍ର ‘ମାଧ୍ୟମ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

କ୍ଲବର ଉପ ସଭାପତି ଅଧିପ ଜେନା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ରତିକାନ୍ତ ପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ବାଗ ସ୍ଵାଗତ ଭାଷଣ ଦେବା ଅବସରରେ କ୍ଲବର ୨୫ ବର୍ଷର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହେମନ୍ତ ରାଉତ ଓ ମାନସ କୁମାର ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି କ୍ଲବ ପକ୍ଷରୁ ଆୟୋଜିତ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଚମ୍ପିୟାନ ଓ ରନର୍ସ ଅପ୍ ଦଳଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଶିଶୁ କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନକୁ ଛୁଇଁଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୋବିନ୍ଦ ରାଠୀ ପରିଚାଳନା କରିଥିଲେ। କ୍ଲବର ସାଧାରଣ ସମ୍ପାଦକ ରାଜ କିଶୋର ବେହେରା, ବରିଷ୍ଠ ସଦସ୍ୟ ହିମାଂଶୁ ଦାସ ବାଞ୍ଛାନିଧି ଦେ, ଆଶୁତୋଷ ମଲ୍ଲିକ, ହାଇଦର ଖାନ, ସେକ୍ ନଜିମ, ପ୍ରସନଜିତ ଆଶ୍, ଲାଭା ପାଣ୍ଡେ, କରୁଣାକର ସାହୁ, ଅଜିତ ମୁଖାର୍ଜୀ, ରମଣୀ ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସ‌ହଯୋଗ କରିଥିଲେ। ଶେଷରେ କ୍ଲବର କୋଷାଧ୍ୟକ୍ଷ ସପନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #BalasorePressClub #SilverJubilee #Celebration #Balasore #Odisha

Comment