ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ସାମାଜିକ ନ୍ୟାୟର ପୁନଃ ବ୍ୟାଖ୍ୟା: ଏକ ସାମ୍ବିଧାନିକ ଆଦେଶ’ ପ୍ରସଙ୍ଗକୁ ନେଇ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେମିନାରରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଭୁପ୍ରସାଦ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି କହିଥିଲେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ପାଇବା ଲାଗି ସମସ୍ତଙ୍କର ସମାନ ଅଧିକାର ରହିଛି। ଏହି ଅବସରରେ ସେ ଏକ ଭେଦଭାବମୁକ୍ତ ସମାଜ ଗଠନରେ ସମସ୍ତଙ୍କ ସାମୁହିକ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ପ୍ରଫେସର ଡକ୍ଟର ପିଙ୍କି ଶର୍ମା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସାମାଜିକ ନ୍ୟାୟ, ସଂରକ୍ଷଣ ନୀତି ଏବଂ ଭାରତୀୟ ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ଆଇନ ତଥା ଅଧିକାର ଉପରେ ବିଷଦ ଭାବେ ବର୍ଣ୍ଣନା କରିଥିଲେ।

କୁଳପତିଙ୍କ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଅଭିଭାଷଣରେ ସମାଜରେ ପ୍ରଚଳିତ ଅନେକ ଦୃଷ୍ଟାନ୍ତମୂଳକ ପାର୍ଥକ୍ୟ ଏବଂ  ଅଧିକାର ବଣ୍ଟନକୁ ନେଇ ଦେଖାଦେଉଥିବା ଅସମାନତା ସମ୍ପର୍କରେ ଆଲୋକପାତ କରିଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସେମିନାରର ଆବାହକ ରହିଥିବାବେଳେ ଏହାକୁ ସଂଯୋଜନା କରିଥିଲେ ପ୍ରଫେସର ବିନୟ କୁମାର ଦାସ। ଆସିଷ୍ଟାଣ୍ଟ ପ୍ରଫେସର ବାସବଦତ୍ତ କର ସହ-ସଂଯୋଜନା ଓ ପ୍ରଫେସର ଅମୁଲ୍ୟ କୁମାର ଆଚାର୍ଯ୍ୟ ସହଯୋଗ କରିଥିଲେ।

ଆସିଷ୍ଟାଣ୍ଟ ପ୍ରଫେସର ସ୍ନେହାଶ୍ରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ଆସିଷ୍ଟାଣ୍ଟ ପ୍ରଫେସର ବାସଭଦତ୍ତ କର ଧନ୍ୟବାଦ ଅର୍ପଣ କରଥିଲେ।

Tags: #NationalSeminar #SocialJustice #FMUniversity #Balasore #Odisha

Comment