ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶୀ ନୃତ୍ୟ ଜଗତର ଜଣାଶୁଣା ନାଁ ବିପଞ୍ଚି ଦାସ। ସେ ହେଉଛନ୍ତି ବିଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ ଦେବପ୍ରସାଦ ଦାସଙ୍କ ଝିଅ। ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟଶୈଳୀକୁ ବଞ୍ଚାଇ ରଖିବା ପାଇଁ ଜାରି ରହିଛି ତାଙ୍କର ପ୍ରୟାସ।
ପିଲାଟି ବେଳୁ ଓଡ଼ିଶୀ ନୃତି ପ୍ରତି ବିପଞ୍ଚିଙ୍କର ଆକର୍ଷଣ ବଢ଼ିଥିଲା। ପରେ ବାପା ଦେବପ୍ରସାଦ ଦାସ ପାଲଟିଥିଲେ ତାଙ୍କର ଓଡ଼ିଶୀ ନୃତ୍ୟଗୁରୁ।
“ଓଡ଼ିଶୀ ମତେ ପରିଚୟ ଦେଇଛି। ଏହି ପରିଚୟ କେବଳ ମୋ ବାପଙ୍କ ଆଶୀର୍ବାଦ ପାଇଁ ସମ୍ଭବ ହୋଇପାରିଛି। ବାପାଙ୍କ ନୃତ୍ୟଶୈଳୀକୁ ବଞ୍ଚାଇ ରଖିବାକୁ ମୋର ପ୍ରୟାସ ଜାରି ରହିବ”, କହିଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ବିପଞ୍ଚି ଦାସ।
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାରରେ ଓଡ଼ିଶୀ ନୃତ୍ୟକୁ ନେଇ ତାଙ୍କ ଅନୁଭୂତି ଓ ଅଭିଜ୍ଞତା ବିଷୟରେ କହିଛନ୍ତି ବିପଞ୍ଚି ଦାସ। ଦେଖନ୍ତୁ ଭିଡିଓ।
Tags: #BipanchiDas #OdissiDancer #OdissiGuru #Interview #Odisha