ଓଡ଼ିଶାଲାଇଭ୍ ବ୍ୟୁରୋ

ଅଫେରା ରାଇଜରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି। ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।   

ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ଶୁକ୍ରବାର ଦିନ ୧୨ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଏହାପରେ ପାର୍ଥିବ ଶରୀରରକୁ ତାଙ୍କର ବରମୁଣ୍ଡାସ୍ଥିତ ବାସଭବନ କୁ ନିଆଯିବ। ସେଠାରେ ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଓ ଅନ୍ୟ ଲୋକମାନେ ତାଙ୍କର ଶେଷ ଦର୍ଶନ କରିବେ।

ପାର୍ଥିବ ଶରୀରକୁ ସତ୍ୟ ନଗର ଶ୍ମଶାନ ନିଆଯାଇ ସେଠାରେ ଗାର୍ଡ ଅଫ୍‌ ଅନର ଦିଆଯିବା। ଏହାପରେ ତାଙ୍କର ଶେଷକୃତ୍ୟ କରାଯିବ।

ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ଉତ୍ତମ ମହାନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହରେ ସୁଟିଂ ସେଟରେ ଅସୁସ୍ଥ ହୋଇପଡ଼ିବାରୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ପରେ ଫେବ୍ରୁଆରି ୮ ତାରିଖରେ ତାଙ୍କୁ ଭୁବନେଶ୍ଵରରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା। କିଛି ଦିନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ପରେ ସେ ପୁଣି ଅସୁସ୍ଥ ହୋଇଯାଇଥିଲେ। ଗୁରୁବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #UttamMohanty #Death #OllywoodActor #OdiaCinema

Comment