ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ବଦ୍ରିନାଥରେ ଶୁକ୍ରବାର ବଡ଼ଧରଣର ହିମସ୍ଖଳନ ହୋଇଛି। ଏଥିରେ ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଏବେ ଶୁଦ୍ଧା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଫସି ରହିଥିବା ଶ୍ରମିକମାନେ ଏକ ରାସ୍ତା ନିର୍ମାଣ କାମ କରୁଥିବାବେଳେ ଏହି ହିମସ୍ଖଳନରେ ଫସି ଯାଇଥିଲେ। ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।
ବଦ୍ରିନାଥର ମାନା ଗ୍ରାମ ନିକଟରେ ହିମସ୍ଖଳନ ଘଟିଥିଲା। ସେହି ସ୍ଥାନରେ ବିଆରଓ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚଳୁଥିଲା। ଏଥିରେ ଏକ ଘରୋଇ ଠିକା ସଂସ୍ଥାର ୫୭ ଜଣ ଶ୍ରମିକ ନିୟୋଜିତ ଥିଲେ। ହିମସ୍ଖଳନ ଯୋଗୁଁ ସେମାନେ ସେଠାରେ ଫସି ଯାଇଥିଲେ।
ଶ୍ରମିକମାନଙ୍କ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ବିଆରଓ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଭାରତୀୟ ସେନା ଓ ଆଇଟିବିପି ସ୍ଥାନୀୟ ଲୋକଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି।
Tags: #Avalanche #Workers #BRO #Badrinath #Uttarakhand