ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି। ଗୁରୁବାର ରାତିରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ଫେବ୍ରୁଆରି ପ୍ରଥମ ସପ୍ତାହରେ ସୁଟିଂ ସେଟରେ ଅସୁସ୍ଥ ହୋଇପଡ଼ିବାରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ଫେବ୍ରୁଆରି ୮ ତାରିଖରେ ତାଙ୍କୁ ଭୁବନେଶ୍ବରରୁ ମେଦାନ୍ତ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା। କିଛି ଦିନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ପରେ ସେ ପୁଣି ଅସୁସ୍ଥ ହୋଇଯାଇଥିଲେ। ଗୁରୁବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେI

ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗ ଓଡ଼ିଆ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତିI

Tags: #UttamMohanty #Death #Actor #OllywoodActor #OdiaCinema

Comment