ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୨୬ ଜଣ ଆଇପିଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ରାଜ୍ଯ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଥିବା ଏସ୍.ଏମ୍ ନରୱାଣେଙ୍କ ବଦଳି ହୋଇଛି। ତାଙ୍କୁ ‘ଓଏଚଆରସି’ର ସ୍ଵତନ୍ତ୍ର ଡିଜି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ଦିପେଶ କୁମାର ପଟ୍ଟନାୟକଙ୍କୁ ଦାୟିତ୍ଵ ଦିଆଯାଇଛି।

ବିଜ୍ଞପ୍ତି ଅନୁସାରେ କଟକ ଓ ଭୁବନେଶ୍ବର ଡିସିପିଙ୍କ ବଦଳି ହୋଇଛି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଛି। କଟକର ଡିସିପି ଭାବେ ଖିଲାରୀ ରିଷିକେଶଙ୍କୁ ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି କରାଯାଇଛି।

ସେହିପରି ପୋଲିସ ପ୍ରୋଭଜନିଂ ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚଆରପିସିର ଏଡିଜି ଭାବେ ନିଯୁକ୍ତ କରାଯାଇଛି। ଆଇଜି ଏସ୍‌ ପ୍ରବୀଣ କୁମାର କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ବଦଳି ହୋଇଛି।

Tags: #IPSReshuffle #IPSOfficers #PoliceOfficers #OdishaPolice

LEAVE A REPLY

Please enter your comment!
Please enter your name here