ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ଆଉ ତିନିଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି। ୧୯୯୩ ବ୍ୟାଚର ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ର, ଆରପି କୋତେ ଏବଂ ସୁଶାନ୍ତ କୁମାର ନାଥଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର।
ଆଇପିଏସ ବିନୟତୋଷ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଆରପିଏସ କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଥିବାବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ କୁମାର ନାଥ ବିଏସଏଫରେ କାର୍ଯ୍ୟ କରୁଛନ୍ତି।
ଗୋଟିଏ ଦିନ ପୂର୍ବରୁ ୮ ଜଣ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର। ବରିଷ୍ଠ ଆଇପିଏସ ଅଧିକାରୀ ଯତୀନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ହୋଇଥିବାବେଳେ ଆଇପିଏସ ଅବିନାଶ କୁମାରୁ ଓ ସାର୍ଥକ ଷଡ଼ଙ୍ଗୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ସେହିପରି ଆଇପିଏସ ପିନାକ ମିଶ୍ର, ବି ଯୁଗୋଳ କିଶୋର କୁମାର ଏବଂ ବି ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟାକୁ ପେଦୋନ୍ନତି ମିଳିଛି।
Tags: #IPSOfficers #Promotion #OdishaGovt #OdishaPolice


















