ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ସରକାରୀ ସ୍କୁଲରେ କାର୍ଯ୍ୟରତ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବଢ଼ାଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମାସିକ ପାରିଶ୍ରମିକ ୨ ହଜାରରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହା ଲାଗୁ ହେବ। ଏନେଇ ଶନିବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅନ୍ତର୍ଗତ ପ୍ରାୟ ୧ ଲକ୍ଷ ୧୨ ହଜାର ଜଣ ପାଚିକା ଓ ସହାୟିକା କାର୍ଯ୍ୟରତ ଅଛନ୍ତି। ରାଜ୍ୟର ୫୦ ହଜାରରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେମାନେ ମଧ୍ୟାହ୍ନ ଭୋଜନ ରାନ୍ଧିଥାନ୍ତି। ଏହି ପାରିଶ୍ରମିକ ବୃଦ୍ଧି ଦ୍ଵାରା ସେମାନେ ଉପକୃତ ହେବେ।
ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ। ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ଥିବା ବଜେଟର ରାଜ୍ୟ ପାଣ୍ଠିରୁ ଏହି ଅର୍ଥ ବହନ କରାଯିବ।
Tags: #Cooks #Remuneration #School #PMPoshanShaktiScheme #OdishaGovt