ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ଵବିଦ୍ୟାଳୟ ଅଧୀନ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍କର୍ଷ କେନ୍ଦ୍ର ଏବଂ ବାୟୋ-ଉତ୍ସ ପରିଚାଳନା କେନ୍ଦ୍ର ଦ୍ଵାରା ଆୟୋଜିତ ୧୫ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।
ଉଦଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରଶିକ୍ଷଣ ଶିବିରର ସଫଳ ସଂଯୋଜନା ପାଇଁ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶିବିରରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ କୁଳପତି ଉତ୍ସାହିତ କରିବା ସହ ଆଗାମୀ ଦିନରେ ଏହିଭଳି ଶିବିର ଆୟୋଜନ କରାଯିବ ବୋଲି କହିଥିଲେ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଉଦଘାଟନୀ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଏକ ଶ୍ରେଷ୍ଠ ଗବେଷକ ଭାବେ ପରିଚୟ ହାସଲ କରିବାକୁ ଉତ୍ସାହିତ କରିଥିଲେ।
ଶିବିରରେ ବିଭିନ୍ନ ମହାବିଦ୍ୟାଳୟର ୫୦ରୁ ଅଧିକ ଉର୍ଦ୍ଧ୍ଵ ବିଜ୍ଞାନ ବିଭାଗର ସ୍ନାତକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ଅନୁଭୂତି କହିଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରଶିକ୍ଷଣ ଶିବିରରେ ସଂପାଦିତ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଉଦଯାପନୀ ବୈଠକକୁ ଡକ୍ଟର ପୁନମ କୁମାରୀ ସଞ୍ଚାଳନା କରିଥିଲେ। ଶେଷରେ ଡକ୍ଟର ରାଜୀବ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #UGInternshipProgram #ValedictoryFunction #FMUniversity #Balasore #Odisha

















