ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଚାମ୍ପିୟନ ହୋଇଛି ଭାରତ। ରବିବାର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏଥିସହ ଦଳ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ହାତେଇବାରେ ସଫଳ ହୋଇଛି।

ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୨୫୧ ରନ୍ କରିବାରେ ସଫଳ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡ୍ୟାରିଲ୍ ମିଚେଲ ସର୍ବାଧିକ ୬୩ ରନ୍ କରିଥିବାବେଳେ ମିଚେଲ୍ ବ୍ରେସୱେଲ ୫୩ ରନ୍ କରିଥିଲେ। ଭାରତୀୟ ଦଳ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହାପରେ ଦ୍ଵିତୀୟ ଇନିଂସରେ ୨୫୧ ରନର ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ଟିମ୍ ଇଣ୍ଡିଆ। ଦଳ ପକ୍ଷରୁ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦମଦାର ପାଳି ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୧୦୫ ରନର ପାର୍ଟନରସିପ ହୋଇଥିଲା।

ତେବେ ଶୁଭମନ ଗିଲ୍ ଆଉଟ୍ ହୋଇପରେ ବିରାଟ କୋହଲୀ ମଧ୍ଯ ପାଭେଲିୟନ ଫେରି ଯାଇଥିଲେ। ନ୍ୟୁଜିଲାଣ୍ଡର ସ୍ପିନର ଭାରତୀୟ ଖେଳାଳିଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ।

ଏହାପରେ ରୋହିତ ଶର୍ମା ୭୬ ରନ୍ କରି ଆଉଟ୍ ହେବାପରେ ଶ୍ରେୟସ୍ ଆୟର ଓ ଅକ୍ଷର ପଟେଲ ଭାରତୀୟ ଇନିଂସକୁ ସମ୍ଭାଳିଥିଲେ।ପରେ କେ ଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ଦଳକୁ ବିଜୟୀ କରାଇଥିଲେ।

Tags: #ICCChampionsTrophy #INDvsNZ #Final #Dubai #ICC #Sports

Comment