ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଯୁବ ବିକାଶ ଫାଉଣ୍ଡେସନ, ସ୍କୋର ଲାଇଭ ହୁଡ ଫାଉଣ୍ଡେସନ ଏବଂ ଏସଏମଏଫଜି ଗ୍ରାମଶକ୍ତିର ମିଳିତ ଆନୁକୂଲ୍ୟରେ ବାଲେଶ୍ଵରସ୍ଥିତ ଆଇଟିଆଇ ଛକ ନିକଟସ୍ଥ ଓଡ଼େଶା ଭବନଠାରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଓ ସଫଳତାକୁ ନେଇ ‘ଶକ୍ତିର ଉତ୍ସ:ମହିଳା ସାମର୍ଥ୍ୟ’ ପ୍ରସଙ୍ଗରେ ଅତିଥିମାନେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜ ଅଞ୍ଚଳରୁ ପ୍ରାୟ ୧୨୦ ଜଣ ମହିଳା ଅଂଶ ଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀ ମହିଳାମାନେ ନିଜ ଅଭିଜ୍ଞତା, ସଫଳତା ତଥା ଅଗ୍ରଗତି ସମ୍ପର୍କରେ କହିଥିଲେ। ‘ଯୁବ ବିକାଶ’ର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳାଇ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆଶାକର୍ମୀ ଯମୁନା ସିଂ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ଦାସ ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶଶିରଞ୍ଜନ ମଲ୍ଲିକ, ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, ସମାଜସେବୀ ବିଦେଶିନୀ ପଟେଲ, ସ୍ଵଚ୍ଛନ୍ଦା ମହାପାତ୍ର ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ଅଧିକାରୀ ଓ ସେମାନଙ୍କ ସ୍ଵାଧୀନତା ବିଷୟରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଯମୁନାରାଣୀ ସିଂ, ସ୍ଵଚ୍ଛନ୍ଦା ମହାପାତ୍ର, ବିଦେଶିନୀ ପଟେଲ ଓ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ‘ଯୁବ ବିକାଶ’ର ପ୍ରଶାନ୍ତ କୁମାର ପଟେଲ ଏବଂ ଅସିତ କୁମାର ଦଳାଇ, ସୁବାସ ଖୁଣ୍ଟିଆ, ପରେଶ କୁମାର କର, ଅମିତା କର, ପୂର୍ଣ୍ଣଚନ୍ଦ୍ର ଜେନା, ଚନ୍ଦନ କୁମାର ଓ ଚୁମକି ମାଝୀ ପ୍ରମୁଖ ପରିଚାଳନା କରିଥିଲେ।

Tags: #InternationalWomensDay #Celebration #AccelerateAction #Balasore #Odisha

Comment