ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ସ୍ଥିତ ଏକ୍ସଆଇଏମ୍ ବିଶ୍ଵବିଦ୍ୟାଳୟର ପୁରୁଣା କ୍ୟାମ୍ପସରେ ଏକ ଛାତ୍ରାବାସ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ଵବିଦ୍ୟାଳୟର ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଛାତ୍ରାବାସରେ ଅତ୍ୟାଧୁନିକ ଆବାସିକ ସୁବିଧା ରହିଛି।

ନୂତନ ଭାବେ ଉଦ୍‌ଘାଟିତ ଏହି ୧୬ ମହଲା ବିଶିଷ୍ଟ ଛାତ୍ରାବାସକୁ ୧୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ୨୮ ହଜାର ୬୮୯ ବର୍ଗ ମିଟର କ୍ଷେତ୍ରରେ ଥିବା ଏହି ଛାତ୍ରାବାସରେ ୧୦୦୦ ଏକକ କୋଠରୀ, କ୍ରୀଡ଼ା ତଥା ଫିଟନେସ୍ ସେଣ୍ଟର, ଫୁଡ୍ କୋର୍ଟ ଏବଂ ଛାତ୍ର ସଂଘ କୋଠରୀ ରହିଛି। ଏଥିରେ ଏହା ଡାଇନିଂ, ସ୍ଵାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକ ସେବା ମଧ୍ୟ ଉପଲବ୍ଧ।

“ଏହି ଛାତ୍ରାବାସର ଉଦଘାଟନ ଏକ୍ସଆଇଏମ୍ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଆବାସିକ ସୁବିଧା ପ୍ରଦାନ କରିବାର ପ୍ରତିବଦ୍ଧତାରେ ଏହି ଗୁରୁତ୍ୱପୂର୍ଣ ମାଇଲଖୁଣ୍ଟ। ଏହା ଶିକ୍ଷାର୍ଥୀମାନଙ୍କୁ ଏକ ସାମଗ୍ରିକ ଶିକ୍ଷା ପରିବେଶ ପ୍ରଦାନ କରିବା”, କହିଥିଲେ ଧର୍ମେନ୍ଦ୍ର ପ୍ରଧାନ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଭି. ମୁରଲୀଧରନ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ଏବଂ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ଏକ୍ସଆଇଏମ୍ ବିଶ୍ଵବିଦ୍ୟାଳୟର କୁଳପତି ଫାଦର ଆଣ୍ଟୋନି ଆର. ଉଭାରି, ରେଜିଷ୍ଟ୍ରାର ଫାଦର ଏସ. ଆଣ୍ଟୋନି ରାଜ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।

Tags: #XIMUniversity #BoysHostel #Education #Bhubaneswar

Comment