ଓଡ଼ିଶାଲାଇଭ୍ ବ୍ୟୁରୋ

“ମହିଳାଙ୍କ ମାନସିକ ସୁସ୍ଥତା ସଫଳତାର ଚାବିକାଠି।”

ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏନଏଚଆରଡି ନେଟୱର୍କ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ‘ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ’ ବିଷୟରେ ଏକ ବିଶେଷ ଅଧିବେଶନ ହୋଇଥିଲା।

ଏହି ଅଧିବେଶନରେ ବିଶିଷ୍ଟ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବ ପ୍ରସାଦ ଚକ୍ରବର୍ତ୍ତିଙ୍କ ସହ ରମାଦେବୀ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ସସ୍ମିତା ମହାନ୍ତି ଯୋଗଦେଇଥିଲେ। ଏଠାରେ ମହିଳାଙ୍କଠାରେ ଦେଖାଦେଉଥିବା ମାନସିକ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟପ୍ଲସର କଣ୍ଟେଣ୍ଟ ଆସୋସିଏଟ୍ ପ୍ରିୟଙ୍କା ସୁଚରିତା ଅଧିବେଶନଟିକୁ ସଂଚାଳନ କରିଥିଲେ।

“ମହିଳାଙ୍କୁ ଅନେକ ଜଟିଳ ସମୟ ଦେଇ ଗତି କରିବାକୁ ପଡ଼େ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଏବଂ ଚାକିରି କ୍ଷେତ୍ରରେ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିରେ ମହିଳାଙ୍କ ମାନସିକ ଅବସ୍ଥା ଖରାପ ହୋଇଥାଏ। ଏନେଇ ଆମ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି”, କହିଛନ୍ତି ଡାକ୍ତର ଶିବ ପ୍ରସାଦ ଚକ୍ରବର୍ତ୍ତି।

ଏହାର ବିଷୟ ରହିଥିଲା ‘ହର ମାଇଣ୍ଡ ମ୍ୟାଟର୍ସ’। କିପରି ଆମେ ମହିଳାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବା, ସେମାନଙ୍କ ସଂଘର୍ଷ ଏବଂ ଏହାର ସମାଧାନର ରାସ୍ତା ଖୋଜିବେ ସେ ବିଷୟରେ ଆଲୋଚନା କରାଯାଇଥିଲା।

ରମାଦେବୀ ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହଭାଗିତାରେ ଅନୁଷ୍ଠିତ ଏହି ଯୁବ ସମ୍ମିଳନୀରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ଇକୋସିଷ୍ଟମ ପାର୍ଟନର୍ ଭାବେ ଯୋଡ଼ି ହୋଇଥିଲା।

Tags: #InternationalWomensDay2025 #YouthConclave #WomenEmpowerment #MentalHealth #AccelerateAction #RDWU #Bhubaneswar

LEAVE A REPLY

Please enter your comment!
Please enter your name here