ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଦୂରାରୋଗ୍ୟର କାରଣ ହେଉଛି ଡାଏବେଟିସ୍‌, ଯେପରିକି ଡାଏବେଟିକ୍‌ ନେଫ୍ରୋପାଥି। ଅନିୟନ୍ତ୍ରିତ ଡାଏବେଟିସ୍‌ ଯୋଗୁଁ କିଡ୍‌ନି ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ଜରୁରୀ।

ତେବେ ଡାଏବେଟିକ୍ ନେଫ୍ରୋପାଥି ହେବାର କାରଣ କ’ଣ, ଡାଏବେଟିସ ଯୋଗୁଁ କିଡନି ପ୍ରଭାବିତ ହେଲେ କେଉଁ ଲକ୍ଷଣ ଦେଖାଦିଏ।

ଡାଏବେଡିସ୍ ରୋଗୀଙ୍କ କିଡ୍‌ନି ପ୍ରଭାବିତ ହେଲେ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ସାଇ ପ୍ରସାଦ ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

ବିଶ୍ୱ କିଡ୍‌ନି ଦିବସ ୨୦୨୫ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ କରାଯାଉଛି ବିଶେଷ ଡିଜିଟାଲ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍‌ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ ହେଉଛି।

Tags: #KidneyDisease #Diabetes #DiabeticNephropathy #Healthcare #WorldKidneyDay #OdiaHealthTips #DoctorAdvice

Comment