ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ଼।

ଦୋଳ ପୂର୍ଣ୍ଣିମା ଏବଂ ବଡ଼ ଠାକୁରଙ୍କ ସୁନାବେଶ ନିମନ୍ତେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଶାନ୍ତି ଶୃଙ୍ଖଳାର ସହ ଯେପରି ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ନୀତି ନିର୍ଘଣ୍ଟ ଅନୁସାରେ ରାତି ୩ଟାରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ହୋଇଥିଲା। ଏହାପରେ ଶୁକ୍ରବାର ଭୋର ୪ଟାରୁ ମଙ୍ଗଳ ଆଳତୀ, ମଇଲମ ଓ ତଡ଼ପ ଲାଗି ନୀତି ହୋଇଥିଲା। ଏହାପରେ ଅବକାଶ, ରୋଷହୋମ ନୀତି, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ପରେ ମହାପ୍ରଭୁଙ୍କୁ ସର୍ବାଙ୍ଗ ଓ ନୂଆଲୁଗା ଲାଗି କରାଯାଇଥିଲା।

ସେହିପରି ୭ଟା ୪୫ରେ ଭିତର ବେଢ଼ା ଶେଷ ହୋଇଥିବାବେଳେ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ମହାପ୍ରଭୁ ବିଜେ କରିଥିଲେ। ୮ଟାରୁ ସାଢ଼େ ୯ଟା ମଧ୍ୟରେ ରାଜରାଜେଶ୍ୱର ବେଶ ସରିବା ପରେ ୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ଶେଷ ହୋଇଥିଲା। ଏହାପରେ ବେଶଲାଗି ପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ।

ଶୁକ୍ରବାର ରାତିରେ ବେଶ ଓଲାଗି ହେବା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ।

Tags: #DolaPurnima #LordJagannath #Culture #Festival #ShreeMandir #Odisha

LEAVE A REPLY

Please enter your comment!
Please enter your name here