ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶୀ ନୃତ୍ୟ ଜଗତର ଜଣାଶୁଣା ନାଁ ବିପଞ୍ଚି ଦାସ। ସେ ହେଉଛନ୍ତି ବିଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ ଦେବପ୍ରସାଦ ଦାସଙ୍କ ଝିଅ। ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟଶୈଳୀକୁ ବଞ୍ଚାଇ ରଖିବା ପାଇଁ ତାଙ୍କର ପ୍ରୟାସ ଜାରି ରହିଛି।

ପିଲାଟି ବେଳୁ ଓଡ଼ିଶୀ ନୃତ୍ୟ ପ୍ରତି ବିପଞ୍ଚିଙ୍କର ଆକର୍ଷଣ ବଢ଼ିଥିଲା। ପରେ ବାପା ଦେବପ୍ରସାଦ ଦାସ ପାଲଟିଥିଲେ ତାଙ୍କର ଓଡ଼ିଶୀ ନୃତ୍ୟଗୁରୁ। ମାତ୍ର ୧୩ ବର୍ଷ ବୟସରେ ବିପଞ୍ଚି ତାଙ୍କ ବାପାଙ୍କୁ ହରାଇଥିଲେ। ବାପା ଚାଲିଗଲା ପରେ ଅଧାଗଢ଼ା ହୋଇ ରହିଗଲେ ବୋଲି କୁହନ୍ତି ବିପଞ୍ଚି।

ସେ କୁହନ୍ତି ଓଡ଼ିଶୀ ତାଙ୍କୁ ପରିଚୟ ଦେଇଛି। ଏହି ପରିଚୟ କେବଳ ତାଙ୍କ ବାପାଙ୍କ ପାଇଁ ସମ୍ଭବ ହୋଇପାରିଛି। ବାପାଙ୍କ ଦେହାନ୍ତ ପରେ ଓଡ଼ିଶୀ ନୃତ୍ୟ ଜଗତରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାକୁ ବିପଞ୍ଚି ଦାସଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି।

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଓଡ଼ିଶୀ ନୃତ୍ୟଗୁରୁ ବିପଞ୍ଚି ଦାସ ନିଜ ସଂଘର୍ଷ ଓ ସଫଳତା ବିଷୟରେ କହିଛନ୍ତି। ବିପଞ୍ଚି ଦାସଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #BipanchiDas #OdissiDancer #OdissiGuru #Interview #Odisha

Comment