ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟର ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ତଥା ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ଏବେ ରାଜ୍ୟ ଲଘୁ ଖଣିଜ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିବେ।

ସେହିପରି ରାଜ୍ୟ ଲଘୁ ଖଣିଜ ନିର୍ଦ୍ଦେଶକ ଥିବା କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଓଡ଼ିଶା ଷ୍ଟେଟ ସିଭିଲ ସପ୍ଲାଏସ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ଵ ଦିଆଯାଇଛି।

ଅନ୍ୟପଟେ ଓଡ଼ିଶା ଷ୍ଟେଟ ସିଭିଲ ସପ୍ଲାଏସ୍ କର୍ପୋରେସନର ବର୍ତ୍ତମାନ ପରିଚାଳନା ନିର୍ଦ୍ଦେଶକ ଥିବା ଶୁଭମ ସକ୍ସେନା ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।  

Tags: #IASReshuffle #IASOfficers #DistrictCollectors #Odisha

Comment