ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୫। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ ଏହାର ଉଦଘାଟନୀ ମ୍ୟାଚ ଖେଳାଯିବ। କୋଲକାତାର ଇଡେନ ଗାର୍ଡେନ୍ସରେ ଆଇପିଏଲର ୧୮ତମ ସଂସ୍କରଣର ଶୁଭାରମ୍ଭକୁ କ୍ରିକେଟପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଶନିବାର ସନ୍ଧ୍ୟା ୭ଟା ୩୦ରେ କେକେଆର୍ ଓ ଆରସିବି ମଧ୍ୟରେ ମ୍ୟାଚ ଆରମ୍ଭ ହେବ। ଏହାପୂର୍ବରୁ ଆଇପିଏଲ୍ ୨୦୨୫ର ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏଥିରେ ଦିଶା ପଟାନୀ ଏବଂ ଶ୍ରେୟା ଘୋଷାଲଙ୍କ ଭଳି କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। 

ଆଇପିଏଲ୍ ୨୦୨୫ରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ଚେନ୍ନଇ ସୁପର କିଙ୍ଗ୍ସ, ମୁମ୍ବଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ, ଦିଲ୍ଲୀ କ୍ୟାପିଟାଲ୍‌ସ, ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟାନ୍ସ, ଲକ୍ଷ୍ନୌ ସୁପରଜାଏଣ୍ଟସ୍, ପଞ୍ଜାବ କିଙ୍ଗସ୍‌, କଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଟକ୍କର ଦେବେ।

ଆଇପିଏଲର ଚଳିତ ସଂସ୍କରଣରେ ୭୫ଟି ମ୍ୟାଚ ଅନୁଷ୍ଠିତ ହେବ। ଏ ବର୍ଷ ଭାରତର ୧୩ଟି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। 

ତେବେ ଶନିବାର ପାଇଁ କୋଲକାତା ସମେତ ପଶ୍ଚିମବଙ୍ଗରେ ଅଧିକାଂଶ ଅଞ୍ଚଳରେ ଝଡ଼ ଏବଂ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏଠାରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଆଇପିଏଲର ଉଦଘାଟନୀ ଉତ୍ସବ ଓ ପ୍ରଥମ ମ୍ୟାଚ ଧୋଇଯିବାର ସମ୍ଭାବନା ରହିଛି।

Tags: #IPL2025 #KKRvsRCB #OpeningCeremony #EdenGardens #Kolkata

LEAVE A REPLY

Please enter your comment!
Please enter your name here