ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଜଣେ ଜଣାଶୁଣା ସେଫ୍ ସ୍ମୃତିଶ୍ରୀ ସିଂହ। ରୋଷେଇ ପ୍ରତି ଆଗ୍ରହ ତାଙ୍କୁ ଅନୁଗୁଳରୁ ମୁମ୍ବାଇ ନେଇ ଯାଇଥିଲା। ଜାତୀୟ ଟିଭି ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ’ ସିଜିନ-୬ରେ ରନର୍-ଅପ୍ ହୋଇଥିଲେ ସ୍ମୃତିଶ୍ରୀ। ଓଡ଼ିଶାର ପାରମ୍ପରିକ ଖାଦ୍ୟର ସ୍ୱାଦ ଚଖାଇ ସେ ବେଶ୍ ପ୍ରଶଂସା ସାଉଣ୍ଟି ଥିଲେ।

ସ୍ମୃତିଶ୍ରୀଙ୍କୁ ଓଡ଼ିଆ ଖାଇବା ଭାରି ପସନ୍ଦ। ଖାଲି ଖାଇବାକୁ ନୁହେଁ ଅନ୍ୟକୁ ଖୁଆଇବାକୁ ମଧ୍ୟ ତାଙ୍କୁ ଭଲ ଲାଗେ। ସେ ଅନେକ ତାରକା ହୋଟେଲରେ ସେଫ୍ ଭାବେ କାମ କରିଛନ୍ତି। ବାପାଙ୍କ ସ୍ଵପ୍ନ ସାକାର କରିବାକୁ ମାଷ୍ଟର ସେଫ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ସ୍ମୃତିଶ୍ରୀ।

ନିଜ ବିବାହକୁ ନେଇ ସ୍ମୃତି କୁହନ୍ତି, “ମୋ ପାଇଁ ଅନେକ ପ୍ରସ୍ତାବ ଆସିଛି। ମତେ ମୋ ପ୍ରଫେସନ ଛାଡ଼ିବାକୁ କୁହାଯାଇଛି। ଘରେ ମୋ ବାହାଘରକୁ ନେଇ ବ୍ୟସ୍ତ ହେଉଛନ୍ତି। ମତେ ବି ଇଚ୍ଛା ଅଛି। ଭଲ ପିଲା ମିଳିଲେ ବାହାହେବି।”

ରିଆଲିଟି ସୋ ‘ମାଷ୍ଟର ସେଫ୍ ଇଣ୍ଡିଆ’ର ରନର୍ ଅପ୍ ସ୍ମୃତିଶ୍ରୀ ସିଂହ ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ନିଜ ମାଷ୍ଟର ସେଫ୍ ଅନୁଭୂତି ଏବଂ ନିଜ ବିବାହ ଯୋଜନାକୁ ନେଇ ଅନେକ କଥା କହିଛନ୍ତି। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #MasterchefSmrutisreeSingh #TattooLover #Food #FoodLover #ExclusiveInterview #Odisha

LEAVE A REPLY

Please enter your comment!
Please enter your name here