ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ରାଜଶ୍ରୀ ପ୍ରିୟଦର୍ଶିନୀ। ଓଜେଏସ ପରୀକ୍ଷାରେ ସେ ୯ ନମ୍ବର ରାଙ୍କରେ ରହିଛନ୍ତି। ତୃତୀୟ ଚେଷ୍ଟାରେ ରାଜଶ୍ରୀଙ୍କୁ ମିଳିଛି ଏହି ସଫଳତା।

ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ନିଜକୁ ସୋସିଆଲ୍ ମିଡିଆଠାରୁ ଦୂରେଇ ରଖିଥିଲେ ରାଜଶ୍ରୀ। ଧୈର୍ଯ୍ୟ ଏବଂ କଠିନ ପରିଶ୍ରମର ଫଳ ନିଶ୍ଚୟ ମିଳେ ବୋଲି ସେ କୁହନ୍ତି।

ଦିନକୁ ୧୦ ଘଣ୍ଟାରୁ ଅଧିକ ସମୟ ଧରି ସେ ପାଠ ପଢ଼ୁଥିଲେ। ଦୁଇଥର ଓଜେଏସ ପରୀକ୍ଷାରେ ବିଫଳ ହେବା ପରେ ବି ଭାଙ୍ଗି ପଡ଼ିନଥିଲେ ରାଜଶ୍ରୀ। ନିଜ ମନୋବଳକୁ ଦୃଢ଼ କରି ପୁଣି ଥରେ ପରୀକ୍ଷା ଦେବାକୁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ।

ସଫଳତା ପାଇଁ ପରିବାର ଓ ଶିକ୍ଷକଙ୍କୁ ରାଜଶ୍ରୀ ଶ୍ରେୟ ଦେଇଛନ୍ତି। ବିଫଳତା ପରେ ବି ପରିଶ୍ରମ ଜାରି ରଖିବାକୁ ହେବ ବୋଲି ସେ କୁହନ୍ତି। ଓଡ଼ିଶାଲାଇଭ୍ ସାକ୍ଷାତକାରରେ ନିଜ ସଫଳତା ବିଷୟରେ କହିଛନ୍ତି ରାଜଶ୍ରୀ ପ୍ରିୟଦର୍ଶିନୀ। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #OJSExam #RajashreePriyadarshini #SuccessStory #Career #Odisha

Comment