ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେଠୁ ରାଜ୍ୟବାସୀଙ୍କୁ କଲବଲ କଲାଣି ଖରା। ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ହିଟ୍ ଓ୍ଵେଭ ପାଇଁ ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାକୁ ଶୁକ୍ରବାର ଦିନ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ବେଳେ ମାର୍ଚ୍ଚ ୨୯ ତାରିଖ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ହିଟ୍ ଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ସେହିପରି ମାର୍ଚ୍ଚ ୩୦ ତାରିଖ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ହିଟ୍ ଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ମାର୍ଚ୍ଚ ୨୯ ତାରିଖ ବେଳକୁ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଭବାନୀପାଟଣାରେ ୪୨ ଡିଗ୍ରୀ ଓ ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ଢେଙ୍କାନାଳ, ପାରଳାଖେମୁଣ୍ଡି ଓ ମାଲକାନଗିରିରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି।
ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସେହିପରି ମାର୍ଚ୍ଚ ୩୦ ତାରିଖରେ ସୋନପୁର, ବଲାଙ୍ଗିର ଓ ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ଏବଂ ସୁନ୍ଦରଗଡ଼, ରାଉରକେଲା, ବୌଦ୍ଧ, ଭବାନୀପାଟଣାରେ ତାପମାତ୍ରା ୪୧ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରାଯାଇଛି।
ମାର୍ଚ୍ଚ ୩୧ ତାରିଖରେ ବଲାଙ୍ଗିର, ଟିଟିଲାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଏବଂ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧରେ ୪୧ ଏବଂ ରାଉରକେଲା, ବରଗଡ଼, ଭବାନୀପାଟଣା, ମାଲକାନଗିରି, ପାରଳାଖେମୁଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରାଜ୍ୟର ଅନ୍ୟ ସବୁ ସହରରେ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିବା ନେଇ ଆକଳନ କରାଯାଇଛି।
Tags: #Weather #WeatherUpdate #HeatWave #Odisha