ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତରୁ ଅଧିକ ବ୍ୟକ୍ତି ରାସନକାର୍ଡ ଇ-କେୱାଇସି ଅପଡେଟ୍ କରିଛନ୍ତି। ଏହି ସମୟରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନକାର୍ଡ କଟା ଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

“ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ଲୋକ ସଫଳ ଭାବେ ଇ-କେୱାଇସି କରିଛନ୍ତି। ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୪୦ ହଜାର ଜଣ ଇ-କେୱାଇସି କରିଛନ୍ତି”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ଏବଂ ସହରାଞ୍ଚଳରେ ୧୫ ହଜାରରୁ ଅଧିକ ଟଙ୍କା ଆୟ କରୁଥିବା ଲୋକଙ୍କୁ ରାସନ କାର୍ଡ ମିଳିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଏବେ ସୁଦ୍ଧା ଆହୁରି ଆହୁରି ୨୫ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ଇ-କେଓ୍ୱାଇସି ବାକି ରହିଛି। ମାର୍ଚ୍ଚ ୩୧ ତାରିଖ ଭିତରେ ଇ-କେଓ୍ୱାଇସି ନକଲେ ରାସନକାର୍ଡ କଟିଯିବ।

Tags: #RationCard #EKYC #PublicDistribution #OdishaAssembly #Odisha

LEAVE A REPLY

Please enter your comment!
Please enter your name here