ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋଡ଼ ନେଲା କିଟ୍‌ କ୍ୟାମ୍ପସରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା। ଏହି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ବିଶ୍ୱବିଦ୍ୟାଳୟ ଆଇଆରଓ, ଶୃଙ୍ଖଳାଗତ କମିଟି ତଥା କଲେକ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନଏଚଆରସି ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି, କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ନଦେଇ, ସେମାନଙ୍କୁ ଜୋରଜବରଦସ୍ତ କ୍ୟାମ୍ପସରୁ ବାହାର କରିଦେଇଥିଲେ।

ଏହି ଘଟଣାକୁ ନେଇ ୪ ସପ୍ତାହ ମଧ୍ୟରେ ବିଶ୍ୱବିଦ୍ୟାଳୟ ଉପରେ ରିପୋର୍ଟ ଦାଖଲ କରିବା ପାଇଁ ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି। ସେହିପରି ତଦନ୍ତର ଅଗ୍ରଗତି ବାବଦରେ ଜଣାଇବାକୁ କଟକ-ଭୁବନେଶ୍ୱର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍‌ରେ ଗତ ଫେବ୍ରୁଆରି ୧୬ ରାତିରେ ବିଟେକ୍ ତୃତୀୟ ବର୍ଷର ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଅନ୍ୟ ନେପାଳ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିବାରୁ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପରିସରରୁ ବାହାର କରିଦିଆଯାଇଥିଲା। ଏହାକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ଏହାକୁ ନେଇ ଲାଗିରହିଥିବା ବିବାଦ ଏବଂ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏନଏଚଆରସି ନିର୍ଦ୍ଦେଶ ଦେଇଥିଲା। ମାର୍ଚ୍ଚ ୬ରୁ ୮ ତାରିଖ ପର୍ଯ୍ୟନ୍ତ ୨ ଜଣିଆ ଏନ୍‌ଏଚ୍‌ଆର୍‌ସି ଟିମ୍‌ ଭୁବନେଶ୍ୱରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।

Tags: #NHRC #KIITControversy #Odisha #NepalStudentDeathCase #Bhubaneswar

LEAVE A REPLY

Please enter your comment!
Please enter your name here