ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲାଦିନରୁ ଉତ୍କଟ ଦାରିଦ୍ର୍ୟ ସହ ସଂଘର୍ଷ, ଆଉ ବିବାହ ପରେ ଅକଥନୀୟ ନିର୍ଯାତନା। ସାମାଜିକ ବ୍ୟବସ୍ଥା ଭିତରେ ପେଶି ହୋଇଯାଇଥିବା ଜଣେ ମହିଳା କିପରି ନିଜ ହାତରେ ନିଜ ଭାଗ୍ୟ ଲେଖିପାରନ୍ତି, ତା’ର ବଡ଼ ଉଦାହରଣ ହେଉଛନ୍ତି ଆଇଏଏସ୍ ଅଧିକାରୀ ସବିତା ପ୍ରଧାନ।
ଜୀବନରେ ଆସିଥିବା ସବୁ ଝଡ଼ଝଞ୍ଜାକୁ ସାମ୍ନା କରି ଆଗକୁ ବଢ଼ିଥିଲେ ସବିତା। ଯୁକ୍ତ ୨ ପରେ ଝିଅ ବୋଝରୁ ମୁକ୍ତି ପାଇବା ପାଇଁ ତାଙ୍କୁ ବାହା କରିଦେଲେ ପରିବାର ଲୋକ। ଉଚ୍ଚ ଶିକ୍ଷାର ସ୍ଵପ୍ନକୁ ଅଧାରେ ରଖି ମେଧାବୀ ଛାତ୍ରୀ ସବିତା ପ୍ରଧାନ, ସ୍ଵାମୀଙ୍କ ସହ ସୁଖର ସଂସାର ଗଢ଼ିବାର ସ୍ଵପ୍ନ ଦେଖିଥିଲେ।
କିନ୍ତୁ, ଏହିଠାରୁ ଆରମ୍ଭ ହେଲା ତାଙ୍କ ସଂଘର୍ଷର ଅସଲ ପରୀକ୍ଷା। ଅସହ୍ୟ ନିର୍ଯାତନା ଦେଉଥିଲେ ସ୍ଵାମୀ। ପ୍ରତି ମୁହୂର୍ତ୍ତରେ ଦୁର୍ବିସହ ହୋଇପଡ଼ିଲା ସବିତାଙ୍କ ଜୀବନ। ମାତ୍ର ହାରିବା ଶିଖି ନଥିଲେ ସେ। ଦୃଢ଼ ମନୋବଳ, ଗଭୀର ଆତ୍ମବିଶ୍ଵାସ ତାଙ୍କୁ ନୂଆ ରାସ୍ତା ଦେଖାଇଥିଲା। ସବୁ ପରିସ୍ଥିତି ସହ ଲଢ଼େଇ କରି ୨୦୧୭ ମସିହାରେ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସବିତା ପ୍ରଧାନ।
ଆଇଏଏସ୍ ସବିତା ପ୍ରଧାନଙ୍କ ଜୀବନ, ସଂଘର୍ଷ ଏବଂ ସଫଳତା ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
Tags: #IASSavitaPradhan #SuccessStory #StuggleStory #Inspirational


















