ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଆ ପକ୍ଷ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତଦାନ ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସାଏ ଉଦଘାଟନ କରିଥିଲେ।

ଶିବିରରେ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସ୍ଵେଛାକୃତ ରକ୍ତଦାନ କରିଥିଲେ। ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ନାୟକ ପରିଚାଳନା କରିଥିଲେ।

ଉପଖଣ୍ଡ ଚିକିତ୍ସାଳୟର ରକ୍ତ କେନ୍ଦ୍ରରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରାଯାଉଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଥିଲେ। ବାରିପଦାଠାରେ ପଞ୍ଜୀକୃତ ୧୦୩ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ସେହିପରି ଉଦଳା ରକ୍ତ କେନ୍ଦ୍ରରେ ୮୮ ଜଣ ଓ କରଞ୍ଜିଆ କେନ୍ଦ୍ରରେ ୫୫ ଜଣ ରକ୍ତଦାନ କରିଥିଲେ।

ବାରିପଦାଠାରେ ଏମପିକେ ନର୍ସିଂ, ସେକ ନର୍ସିଂ, ବିଜୁ ପଟ୍ଟନାୟକ ନର୍ସିଂ, ମୟୂରଭଞ୍ଜ ନର୍ସିଂ ଓ ବାଇଗଣ ବାଡ଼ିଆ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ।

ବାରିପଦାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ବିଜୟ କୁମାର ଦାଶ, ଇଣ୍ଡିଆନ ମେଡିକାଲ ଆସୋସିଏସନ ସଭାପତି ଡାକ୍ତର ଶ୍ୟାମ ସୁନ୍ଦର ଖଣ୍ଡେଲୱାଲ, ସମାଜସେବୀ ଅମର ସେଠୀ, ଡକ୍ଟର ନିରୋଜ ପୋଥାଳ, ଶିକ୍ଷକ ସୋମନାଥ ସିଂ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Tags: #BloodDonationCamp #OdiaPakhya #Mayurbhanj #Odisha

LEAVE A REPLY

Please enter your comment!
Please enter your name here