ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତର ଓଡ଼ିଶା ବାଣିଜ୍ୟ ଓ ଶିଳ୍ପ ଚ୍ୟାମ୍ବର ସହଯୋଗରେ ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଆମର ଶକ୍ତି, ଆମର ପୃଥିବୀ’ ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଡକ୍ଟର ଅଶୋକ କୁମାର ପାଣିଗ୍ରାହୀ, ଡକ୍ଟର ଅସିତ କୁମାର ସ୍ୱାଇଁ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ଵ କରି ଛାତ୍ରଛାତ୍ରୀଙ୍କୁ ଏକ ଦୀର୍ଘସ୍ଥାୟୀ ଉନ୍ନୟନ ମାଧ୍ୟମରେ ପୃଥିବୀକୁ ବଞ୍ଚାଇବା ଏବଂ ବ୍ୟକ୍ତିଗତ ଭାବେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ପରିବେଶର ସଂରକ୍ଷଣ ଓ ଶୃଙ୍ଖଳା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ଭୂବିଜ୍ଞାନ, ଭୂଗୋଳ ଓ ପରିବେଶ ବିଜ୍ଞାନ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହି ବିଶ୍ୱ ପୃଥିବୀ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମକୁ ଡକ୍ଟର ସ୍ମୃତିରେଖା ସାହୁ ପରିଚାଳନା କରିଥିଲେ ଓ ଉତ୍ତର ଓଡ଼ିଶା ବାଣିଜ୍ୟ ଓ ଶିଳ୍ପ ଚାମ୍ବରର ସେକ୍ରେଟାରି ହରିଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #WorldEarthDay2025 #FMUniversity #Balasore #Odisha

Comment