ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ‘ବ୍ରାଇଟ୍ ଫିନ୍ସ, ବ୍ରାଇଟ ଫ୍ୟୁଚର – ଆକ୍ୱାରିୟମ ଫିସ ଫର ଏଭ୍ରିୱାନ’ ଶୀର୍ଷକ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷ ପାଠଚକ୍ରକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଇସିଏଆର ଜାତୀୟ ମଧୁରଜଳ ଗବେଷଣା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ସ୍ଵାଇଁ ଯୋଗଦେଇ ରଙ୍ଗୀନ ମାଛର ପ୍ରଜନନ ଏବଂ ବଜାର ଚାହିଦା ସମ୍ପର୍କରେ ଆଲୋଚନା କରିଥିଲେ। ଜଣେ ବ୍ୟକ୍ତି ଆକ୍ୱାରିୟମରେ ଥିବା ରଙ୍ଗୀନ୍ ମାଛର ପ୍ରଜନନ କରି ସ୍ଵାବଲମ୍ବୀ ହୋଇ ପାରିବ ବୋଲି ସେ ମତ ରଖିଥିଲେ।
ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଫିରୋଜ କୁମାର ପାଢ଼ୀ ପାଠଚକ୍ର ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଡକ୍ଟର ଦିଲ୍ଲୀପ କୁମାର ବେଜ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ଲମ୍ବୋଦର ଦେ ରଙ୍ଗୀନ ମାଛର ଉପକାରିତା ଏବଂ ସୌନ୍ଦର୍ଯ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ।
ଜସ୍ମିନ ରାଉତ, ହୃଷିକେଶ ସେଠୀ, ବିଭୁଦତ୍ତ ପୃଷ୍ଟି ପାଠକ୍ରମର ପରିଚାଳନା ଦାୟିତ୍ଵରେ ଥିଲେ। ପାଠଚକ୍ରରେ ମହାବିଦ୍ୟାୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସୌମ୍ୟ ରଞ୍ଜନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #Seminar #AquariumFishForEveryOne #FMAutonomousCollege #Balasore #Odisha


















